4th MIL
ଟିକିଟିକି (ପଦ୍ୟ) ୧ । ଉତ୍ତର ଲେଖ : (କ) ସମୁଦ୍ର କିପରି ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି ? ଉ : ଟିକିଟିକି ପାଣି ଟୋପାର ସମାହାରରେ ସମୁଦ୍ର ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି । (ଖ) ପାହାଡ଼, ପଡ଼ିଆ, ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କାହିଁକି କହିଛନ୍ତି ? ଉ : ପାହାଡ଼, ପଡ଼ିଆ, ନଗର ସବୁ ବାହାର ରୂପରେ ବଡ଼ । ଦେଖାଯାଉଥିଲେ ମଧ୍ୟ ଏସବୁ ଛୋଟ ଛୋଟ ଧୂଳିକଣାର ମିଳିତ ରୂପ । ତେଣୁ ଏସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କହିଛନ୍ତି । (ଗ) ଜଙ୍ଗଲ କିପରି ଲୋକମାନଙ୍କର ଉପକାର କରୁଛି ? ଉ : ଜଙ୍ଗଲରେ ଥିବା ଗଛଗୁଡ଼ିକ, ଲୋକମାନଙ୍କୁ ଶ୍ଵାସକ୍ରିୟା ପାଇଁ ପ୍ରଚୁର ଅମ୍ଳଜାନ ଯୋଗାନ୍ତି । ଜଙ୍ଗଲରୁ ମିଳୁଥିବା ଫୁଲ, ଫଳ, ପତ୍ର, ମୂଲ୍ୟବାନ୍ କାଠ, ଜାଳେଣୀ କାଠ, ଲାଖ, ମହୁ, ରବର, ଅଠା, ଝୁଣା, ବାଉଁଶ ଇତ୍ୟାଦି ଲୋକମାନଙ୍କ କାମରେ ଲାଗେ । ଜଙ୍ଗଲ ବର୍ଷାର କାରଣ ହୋଇ ଭଲ ଫସଲ କରାଏ । ଫଳରେ ଲୋକମାନେ ଖାଦ୍ୟ ପାଆନ୍ତି । ଏହାଛଡ଼ା ଜଙ୍ଗଲରୁ ମିଳୁଥିବା ଔଷଧ ମଧ୍ୟ ଲୋକମାନଙ୍କର ଉପକାର କରିଥାଏ । (ଘ) 'ତୋଫା କରନ୍ତି କ୍ଷିତି' ପ୍ରଦଟିର ଅର୍ଥ କ'ଣ ? ଉ : ‘ତୋଫା କରନ୍ତି କ୍ଷିତି’ ପଦଟିର ଅର୍ଥ ହେଉଛି, ରାତିରେ ଆକାଶରେ ଫୁଟି ଉଠିଥିବା କୋଟି କୋଟି ସଂଖ୍ୟାର ତାରା ସେମାନଙ୍କର ଆଲୋକରେ ସାରା ଧରଣୀକୁ ଆଲୋକିତ କରନ୍ତି । ( ଙ) ...
Comments
Post a Comment