4th MIL
ଟିକିଟିକି (ପଦ୍ୟ)
୧ । ଉତ୍ତର ଲେଖ :
(କ) ସମୁଦ୍ର କିପରି ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି ?
ଉ : ଟିକିଟିକି ପାଣି ଟୋପାର ସମାହାରରେ ସମୁଦ୍ର ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି ।
(ଖ) ପାହାଡ଼, ପଡ଼ିଆ, ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କାହିଁକି କହିଛନ୍ତି ?
ଉ : ପାହାଡ଼, ପଡ଼ିଆ, ନଗର ସବୁ ବାହାର ରୂପରେ ବଡ଼ । ଦେଖାଯାଉଥିଲେ ମଧ୍ୟ ଏସବୁ ଛୋଟ ଛୋଟ ଧୂଳିକଣାର ମିଳିତ ରୂପ । ତେଣୁ ଏସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କହିଛନ୍ତି ।
(ଗ) ଜଙ୍ଗଲ କିପରି ଲୋକମାନଙ୍କର ଉପକାର କରୁଛି ?
ଉ : ଜଙ୍ଗଲରେ ଥିବା ଗଛଗୁଡ଼ିକ, ଲୋକମାନଙ୍କୁ ଶ୍ଵାସକ୍ରିୟା ପାଇଁ ପ୍ରଚୁର ଅମ୍ଳଜାନ ଯୋଗାନ୍ତି । ଜଙ୍ଗଲରୁ ମିଳୁଥିବା ଫୁଲ, ଫଳ, ପତ୍ର, ମୂଲ୍ୟବାନ୍ କାଠ, ଜାଳେଣୀ କାଠ, ଲାଖ, ମହୁ, ରବର, ଅଠା, ଝୁଣା, ବାଉଁଶ ଇତ୍ୟାଦି ଲୋକମାନଙ୍କ କାମରେ ଲାଗେ । ଜଙ୍ଗଲ ବର୍ଷାର କାରଣ ହୋଇ ଭଲ ଫସଲ କରାଏ । ଫଳରେ ଲୋକମାନେ ଖାଦ୍ୟ ପାଆନ୍ତି । ଏହାଛଡ଼ା ଜଙ୍ଗଲରୁ ମିଳୁଥିବା ଔଷଧ ମଧ୍ୟ ଲୋକମାନଙ୍କର ଉପକାର କରିଥାଏ ।
(ଘ) 'ତୋଫା କରନ୍ତି କ୍ଷିତି' ପ୍ରଦଟିର ଅର୍ଥ କ'ଣ ?
ଉ : ‘ତୋଫା କରନ୍ତି କ୍ଷିତି’ ପଦଟିର ଅର୍ଥ ହେଉଛି, ରାତିରେ ଆକାଶରେ ଫୁଟି ଉଠିଥିବା କୋଟି କୋଟି ସଂଖ୍ୟାର ତାରା ସେମାନଙ୍କର ଆଲୋକରେ ସାରା ଧରଣୀକୁ ଆଲୋକିତ କରନ୍ତି ।
(ଙ) ଦୟାମୟଙ୍କ ଚର କହିଲେ କ’ଣ ବୁଝାଯାଏ ?
ଉ : ଭଗବାନଙ୍କ ଦ୍ବାରା ଗଢ଼ା ଏହି ଜଗତର ମଙ୍ଗଳ ପାଇଁ ଯେଉଁ ମଣିଷ ଅନ୍ୟ ପ୍ରତି ଦୟାଭାବ ପ୍ରଦର୍ଶନ କରିପାରେ, ସେ ଦୟାମୟଙ୍କ ଚର ରୂପେ କଥିତ ହୁଏ ବା ଚିହ୍ନିତ ହୁଏ ।
(ଚ) କ’ଣ କଲେ ଆମର ଜୀବନ ସାର୍ଥକ ହେବ ?
ଉ : ଆମେ ଯଦି ପ୍ରତ୍ୟେକ ଟିକିଟିକି କାମକୁ ମନପ୍ରାଣ ଦେଇ କରିବା ଓ ସେହି କାମଗୁଡ଼ିକରେ ସଫଳ ହେବା ଦିଗ ପ୍ରତି ଦୃଷ୍ଟି ଦେବା, ତେବେ ଆମର ଜୀବନ ସାର୍ଥକ ହେବ ।
୨ । ଯେମିତି ଟିକିଟିକି ଧୂଳିକଣା’, ସେହିପରି ଟିକିଟିକି ଲଗାଇ ଆଉ କେତୋଟି ପଦ ଲେଖ ।
ଉ : ଟିକିଟିକି ପାଣି ଟୋପା, ଟିକିଟିକି ତାରକା, ଟିକିଟିକି ଗଛ ,ଟିକିଟିକି କାର୍ଯ୍ୟ, ଟିକିଟିକି ଫୁଲ, ଟିକିଟିକି ପକ୍ଷୀ ।
୩ । ତଳେ ୪ଟି ଶବ୍ଦ ଲେଖା ହୋଇଛି । ପ୍ରତି ଶବ୍ଦ ତଳେ ଦୁଇଟି ଲେଖାଏଁ ଏପରି ଶବ୍ଦ ଲେଖିବା, ଯେପରି ତଳକୁ ତଳ ଥିବା ଶବ୍ଦଗୁଡ଼ିକ ଏକାଭଳି ଶୁଭୁଥିବ ।
ଉ: ସିନ୍ଧୁ ଇନ୍ଦୁ ବିନ୍ଦୁ
ଧରା ଖରା ତରା
ଧନ ଜନ ବନ
ନର ଚର ପର
୪ ) ଆସ ତଳ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନରୁ ବାହାର କରିବା ।
ଉ : ଧରା – ଧରଣୀ
କ୍ଷିତି – ଧରଣୀ ।
ତୋଫା - ଉଜ୍ଜ୍ବଳ ।
ସୁଗତି – ଉତ୍ତମ ଗତି
ବିନାଶି – ନାଶକରି
ମର୍ତ୍ତ୍ୟ – ମର୍ତ୍ତ୍ୟପୁର, ପୃଥିବୀ
୫ । କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି । ଆସ ସେହି ଅଂଶକୁ ମନେପକାଇ ଶୂନ୍ୟସ୍ଥାନ ପୂରଣ କରିବା ।
(କ) ଟିକିଟିକି ଧୂଳି କଣିକା .......
.......... ସବୁ ଧୂଳିରେ ଗଢ଼ା ?
..... ଦେଇପାରେ ଯେ ନର
ସେ ଏକା ... ଚର ।
ଉ :(କ) ଟିକିଟିକି ଧୂଳି କଣିକା ମିଶି ହୋଇଛି ଧରା,
ପାହାଡ଼, ପଡ଼ିଆ, ନଗର ସବୁ ଧୂଳିରେ ଗଢ଼ା ।
(ଖ) ଲବେ ଲବେ ଦୟା ହୃଦୟୁ ଦେଇପାରେ ଯେ ନର,
ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର ।
୬ ।" ଗୋଟି ଗୋଟି କେତେ ଗଛରେ ପୁରା ତିଆରି ବନ ଏତେ ଲୋକହିତ ସାଧୁଛି ଏତେ ବାଣ୍ଡୁଛି ଧନ ।'' ଉପରେ ଲେଖାଥିବା ପଦର ଅର୍ଥ ପାଞ୍ଚଟି ବାକ୍ୟରେ ଲେଖିବା ।
ଉ : (୧) ଗୋଟିଏ ଗୋଟିଏ କରି ଅନେକଗୁଡ଼ିଏ ଗଛ ମିଶିଲେ ବଣ ସୃଷ୍ଟି ହୁଏ ।
(୨) ସେହି ବଣର ପ୍ରତ୍ୟେକ ଗଛ ଲୋକମାନଙ୍କର ହିତ ସାଧନ କରେ ।
୩) ଗଛଗୁଡ଼ିକ ଲୋକମାନଙ୍କୁ ଖାଦ୍ୟ, ଔଷଧ ସହ ବାସଗୃହ ନିମନ୍ତେ କାଠ, ବାଉଁଶ ଇତ୍ୟାଦି ଯୋଗାଇଦିଏ ।
(୪) କାଠ, ମହୁ, ଝୁଣା, ଫୁଲ, ଫଳ, ଅଠା, ପତ୍ର ଇତ୍ୟାଦି ଆବଶ୍ୟକୀୟ ଜିନିଷଗୁଡ଼ିକ ବଣ ଯୋଗାଇ ଲୋକମାନଙ୍କର ଉପକାର ସାଧନ କରେ ।
(୫) ଶ୍ଵାସକ୍ରିୟା ପାଇଁ ପ୍ରଚୁର ଅମ୍ଳଜାନ ଯୋଗାଉଥିବା ବଣର ଦାନ ଅତୁଳନୀୟ ଅଟେ ।
୭ । ପଠିତ କବିତାରେ ଯେଉଁ ପଦଗୁଡ଼ିକରେ ମଣିଷର କିଛି ଭଲଗୁଣ କଥା କୁହାଯାଇଛି ସେହି ପଦଗୁଡ଼ିକ ଆବୃତ୍ତି କରିବା ।
ଉ :(କ)ଲବେ ଲବେ ଦୟା ହୃଦୟୁ ।
ଦେଇପାରେ ଯେ ନର,
ସେ ଏକା ବୋଲାଏ ଜଗତେ
ଦୟାମୟଙ୍କ ଚର ।
(ଖ) ପହଁ ପଦକଥା ମଧୁର ଯେହୁ ।
ଭାସଇ ମୁଖେ, ।
ପରକୁ ଆପଣା କରି ସେ ।
ବାନ୍ଧି ପାରଇ ସୁଖେ ।
(ଗ) ଟିକି ଟିକି କାର୍ଯ୍ୟ ସୁଗତି ।
ଯେବେ ଦେଖାଇ ପାର,
ତେବେ ସିନା ମର୍ତ୍ତ୍ୟେ ପିଲାଏ ।
ଜନ୍ମ କରିବ ସାର ।
୮ । ଯେମିତି ସିନ୍ଧୁର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ହେଉଛି ସାଗର, ସମୁଦ୍ର, ପାରାବାର । ସେହିପରି ତଳ ଶବ୍ଦଗୁଡ଼ିକର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ଲେଖିବା ।
ଧରା : ପୃଥିବୀ, ଧରଣୀ, କ୍ଷିତି, ଧରିତ୍ରୀ,ରସା
ବନ :ବଣ, ଅରଣ୍ୟ, ବିପିନ, ବନାନୀ, ଜଙ୍ଗଲ
ନର : ମନୁଷ୍ୟ, ମଣିଷ, ମାନବ ।
ସରଳାର୍ଥ
୧ । ଲବେ ଲବେ ଦୟା ହୃଦୟୁ ଦେଇପାରେ ଯେ ନର
ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର ।
"ଲବେ........ଚର ।"
ଶଂସିତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ପୁସ୍ତକର କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଲିଖିତ ‘‘ଟିକିଟିକି’ କବିତାର ଅଂଶବିଶେଷ । ଉକ୍ତ ପଦ୍ୟାଂଶରେ କବି ମଣିଷର ଭଲଗୁଣ ତାକୁ ଦୟାମୟଙ୍କ ନିକଟବର୍ତ୍ତୀ କରାଇଥାଏ ବୋଲି ଦର୍ଶାଇଛନ୍ତି ।
କବିଙ୍କ ମତରେ ମନୁଷ୍ୟ ହେଉଛି ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ । ବୁଦ୍ଧି ଓ ବିଚାର ଶକ୍ତି ମନୁଷ୍ୟର ରହିଛି । ଦୟା, କ୍ଷମା ଦ୍ଵାରା ମନୁଷ୍ୟ ଏ ଜଗତରେ କେବଳ ଯେ ବଡ଼ ହୁଏ, ତାହା ନୁହେଁ ଏହା ମାଧ୍ୟମରେ ସେ ଦୟାମୟ ଭଗବାନଙ୍କ ନିକଟବର୍ତ୍ତୀ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ହୃଦୟରେ ଅନ୍ୟ ପ୍ରତି ଦୟାଭାବ ପୋଷଣ କରିଥାଏ, ସେ ଦୟାମୟଙ୍କର ନିକଟବର୍ତ୍ତୀ ହୋଇପାରି ଥାଏ । କବିଙ୍କ ଭାଷାରେ ସେ ଦୟାମୟଙ୍କର ଚର ବୋଲାଇଥାଏ । ଆଉ ଯିଏ ସର୍ବଦା ମଧୁର ବଚନ କୁହେ, ସେ ପରକୁ ମଧ୍ୟ ଆପଣାର କରିପାରିଥାଏ । ଦୟା ଓ କ୍ଷମା ଗୁଣ ଦ୍ଵାରା ମଣିଷ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥାଏ ।
କବିଙ୍କର ଏହି ବର୍ଣ୍ଣନା ଅତ୍ୟନ୍ତ ପ୍ରେରଣାଦାୟକ ।
୨। ଗୋଟିଗୋଟି କେତେ ଗଛରେ ପରା ତିଆରି ବନ ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ ।
ଉ : ଗୋଟି ଗୋଟି .................. ଧନ ।
ଶଂସିତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ପୁସ୍ତକର କବି ଗୋଦାବରୀଶ ମିଶ୍ରଙ୍କ ଲିଖିତ ‘ଟିକି ଟିକି’ କବିତାର ଅଂଶବିଶେଷ । ଉକ୍ତ ପଦ୍ୟାଂଶରେ କବି ଦର୍ଶାଇବାକୁ ଚାହିଁଛନ୍ତି ଯେକୌଣସି ପଦାର୍ଥକୁ କମ୍ ବା ହେୟ ମନେ କରିବା ଉଚିତ ନୁହେଁ । ଛୋଟ ହେଲେ ବି ଅନେକ ଛୋଟ ମିଶିଗଲେ ସେମାନେ ବିରାଟରେ ପରିଣତ ହୁଅନ୍ତି । ଯେମିତି ଗଛ ଗୋଟିଏ ଗୋଟିଏ ଅନେକ ଗଛ ମିଶି ନିଘଞ୍ଚ ଜଙ୍ଗଲରେ ପରିଣତ ହୁଏ । ସେହି ଜଙ୍ଗଲର ପ୍ରତ୍ୟେକ ଗଛ ନିଜକୁ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ହିତ ସାଧନ କାର୍ଯ୍ୟରେ ନିୟୋଜିତ କରିଥାନ୍ତି ଓ ଅନେକ ମୂଲ୍ୟବାନ୍ ପଦାର୍ଥ ବିତରଣ କରିଥାଏ ।
ଜଙ୍ଗଲରେ ଅନେକ ପ୍ରକାରର ଗଛ ଦେଖାଯାଏ । ପ୍ରତ୍ୟେକ ଗଛରୁ ଆମେ କିଛି ନା କିଛି ଉପକାର ପାଉ । ଗଛ ଆମକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଇଦେବା ସହ ଆମର ଶ୍ଵାସକ୍ରିୟା କରିବାପାଇଁ ଅମ୍ଳଜାନ ଯୋଗାଇ ଦେଇଥାଏ । ଝୁଣା, ଲାଖ, ମହୁ, କାଠ, ପତ୍ର, ଫୁଲ ପରି ଅନେକ ମୂଲ୍ୟବାନ ଜିନିଷ ଯୋଗାଇ ଦେଇଥାଏ ଗଛ । ଗୋଟିଏ ଗୋଟିଏ ଅନେକ ଗଛ ମିଶି ବନ ସୃଷ୍ଟି ହୋଇ ମଣିଷର ସେବାରେ ନିଜକୁ ନିୟୋଜିତ କରିଥାନ୍ତି ନିଃସ୍ବାର୍ଥପର ଭାବରେ । ଅନେକ ଲୋକହିତକର କାର୍ଯ୍ୟ କରିଥାନ୍ତି ପ୍ରତି ମୁହୁର୍ତ୍ତରେ । ଗଛ ହେଉଛି ଆମର ଅତି ଆପଣାର ବନ୍ଧୁ । ମଣିଷ ସମାଜକୁ ବଞ୍ଚିବାର ଖୋରାକ ଯୋଗାଇଛି ଏହି ଗଛ। କବିଙ୍କ ଭାଷାରେ ଏତେ ବାଣ୍ଡୁଛି ଧନ । ବାସ୍ତବରେ ଗଛ ଯେକୌଣସି ମୂଲ୍ୟବାନ ଜିନିଷଠାରୁ ମଧ୍ୟ ଆହୁରି ମୂଲ୍ୟବାନ। ତେଣୁ କୌଣସି ବି ଗଛକୁ ହେୟଜ୍ଞାନ କରିବା ଉଚିତ ନୁହେଁ । ଛୋଟ ହେଲେ ବି ତାହା ସୁଗୁଣ ଦ୍ଵାରା ସେ ସାରା ବିଶ୍ବବାସୀଙ୍କୁ ବିମୁଗ୍ଧ କରି ଦେଇପାରେ । ଏଠାରେ କବିଙ୍କ କଳ୍ପନା ଅତ୍ୟନ୍ତ ଶିକ୍ଷଣୀୟ ହୋଇପାରିଛି ।
୩ । ଟିକିଟିକି କାର୍ଯ୍ୟ ସୁଗତି ଯେବେ ଦେଖାଇପାର ତେବେ ସିନା ମର୍ତ୍ତ୍ୟେ ପିଲାଏ ଜନ୍ମ କରିବ ସାର ।''
ଉ : "ଟିକିଟିକି .................. ସାର ।"
ଉକ୍ତ ପଦ୍ୟାଂଶଟି ୪ର୍ଥ ଶ୍ରେଣୀର ପଠିତ ସାହିତ୍ୟ କଳିକାର ‘ଟିକିଟିକି' ବିଷୟରୁ ଉଦ୍ଧୃତ । ଏଠାରେ କବି ପଣ୍ଡିତ ଗୋଦାବରୀଶ ମିଶ୍ର ଦର୍ଶାଇଛନ୍ତି ଯେ କାହାରିକୁ ଛୋଟ ମନେ କରିବା ଉଚିତ୍ ନୁହେଁ । ଛୋଟ ହେଲେ ମଧ୍ୟ ଯଦି ଭଲ କାମ କରିବ ତେବେ ନିଜ ଜନ୍ମ ସାର୍ଥକ କରିପାରିବ ।
ପ୍ରତ୍ୟେକ ବଡ଼ ପଦାର୍ଥ ଛୋଟ ଛୋଟ କଣିକା ଦ୍ଵାରା ହିଁ ଗଠିତ ହୋଇଥାଏ । ଯେପରି ଛୋଟ ଛୋଟ ପାଣି ବୁନ୍ଦାରେ ବିରାଟ ସିନ୍ଧୁର ସୃଷ୍ଟି, ଅତି କ୍ଷୁଦ୍ର ଧୂଳିକଣାରେ କେତେ ସହର ବଜାର ନଗର ଥିବା ବିଶାଳ ପୃଥିବୀ ଗଠିତ ହୋଇପାରିଛି, ସେହିପରି ଆମେ ଛୋଟ ହେଲେ ମଧ୍ୟ ବଡ଼ କାମ କରି ଦେଶ ଓ ଜାତିର ନାମ ଉଜ୍ଜ୍ବଳ କରିପାରିବା । ବାରବର୍ଷର ବାଳକ ଧର୍ମପଦ କୋଣାର୍କର ମୁଣ୍ଡି ମାରି ବାର ଶହ ବଢ଼େଇଙ୍କର ଜୀବନରକ୍ଷା କରି ଅବିସ୍ମରଣୀୟ ହୋଇପାରିଛନ୍ତି । ତେଣୁ ଆମେ ଯଦି ଠିକ୍ ଭାବରେ ସୁମାର୍ଗରେ କାମ କରିବା ଓ ତାହା ମାଧ୍ୟମରେ ଜନ ସମାଜର କିଛିଟା ଉପକାର କରିପାରିବା ତେବେ ଆମେ ଆମର ଜନ୍ମ ସାର୍ଥକ କରିପାରିବା ।
ଏଠାରେ କବିଙ୍କ ବର୍ଣ୍ଣନା ଉଚ୍ଚକୋଟୀର ।
୪ । ଟିକିଟିକି କୋଟି ତାରକା ଫୁଟି ଗଗନେ ନିତି ରାତିର ଅନ୍ଧାର ବିନାଶି ତୋଫା କରନ୍ତି କ୍ଷିତି ।''
ଉ : "ଟିକିଟିକି ......କ୍ଷିତି । "
ଶଂସିତ ପଦ୍ୟାଂଶଟି ୪ର୍ଥ ଶ୍ରେଣୀର ସାହିତ୍ୟ କଳିକାର ‘ଟିକି ଟିକି’ ବିଷୟରୁ ଆନୀତ । ଏଠାରେ କବି ପଣ୍ଡିତ ଗୋଦାବରୀଣ ମିଶ୍ର ଟିକି ତାରକାଗୁଡ଼ିକ କିପରି ଅନ୍ଧାର ଦୂର କରି ଧରାକୁ ଆଲୋକିତ କରିଥାନ୍ତି ତାହା ବର୍ଣ୍ଣନା କରିଛନ୍ତି ।
ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହେଲାପରେ ସନ୍ଧ୍ୟା ହୋଇଥାଏ । ଦିନବେଳାର ସୂର୍ଯ୍ୟାଲୋକ ଧୀରେ ଧୀରେ ମଳିନ ପଡ଼ିଯାଏ । ଧୀରେ ଧୀରେ ସାରା ପୃଥିବୀଟା ଅନ୍ଧକାରମୟ ହୋଇଯାଏ । ସେତେବେଳେ ଆକାଶର କାଳିମାକୁ ଦୂର କରି ଫୁଟି ଉଠନ୍ତି ଟିକିଟିକି ତାରକା । ସେମାନଙ୍କର ମିଞ୍ଜି ମିଞ୍ଜି ଆଲୋକରେ ଆଲୋକିତ ହୋଇଉଠେ ଏ ଧରା ବକ୍ଷ । । ଚତୁର୍ଦ୍ଦିଗରେ ଖେଳିଯାଏ ହାଲକା ଆଲୋକର ଜୁଆର । ଆକାଶର ସୌନ୍ଦର୍ଯ୍ୟ ବଢ଼ାଇ ସମସ୍ତଙ୍କର ମନ କିଣି ନିଅନ୍ତି ଏଇ ଟିକିଟିକି ତାରକାଗୁଡ଼ିକ । ତେଣୁ କୌଣସି ଛୋଟ ଜିନିଷକୁ ହେୟ ଜ୍ଞାନ କରିବା ଉଚିତ୍ ନୁହେଁ । ଛୋଟ ହେଲେ ବି ମହାନ ଗୁଣ ସାହାଯ୍ୟରେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିବ ।
ହଜିଲା ଦିନର କଥା
୧।ଉତ୍ତର ଲେଖ।
(କ) ସକାଳବୁଲାରୁ ଫେରି ମଧୁବାବୁ କ’ଣ ଦେଖିଲେ ?
ଉ : ସକାଳବୁଲାରୁ ଫେରି ମଧୁବାବୁ ଦେଖିଲେ ଯେ ତାଙ୍କ ହତା ଭିତରେ ଗିନା, ଗଡୁ, ଠେକି ଓ ଜାଳ ଥୁଆ ହୋଇଛି । ମଇଳା, କୋତରା କସ୍ତା ପିନ୍ଧି, କୁନି କୁନି ଛୁଆଙ୍କୁ କାଖେଇ କେତୋଟି ସ୍ତ୍ରୀଲୋକ ଠିଆ ହୋଇଛନ୍ତି ।
(ଖ) ମଧୁବାବୁ ସୁଦାମ ଉପରେ କାହିଁକି ରାଗିଲେ ?
ଉ : ମଧୁବାବୁ ଜାଣିଲେ ଯେ ସୁଦାମ ଗରିବ ଲୋକଙ୍କୁ ପଇସା ନେଇ କ୍ଷୀର ବିକୁଛି । ଲୋକମାନଙ୍କ ପାଖରେ ନିଜେ ଛୋଟ ହୋଇଯିବେ ଭାବି ମଧୁବାବୁ ସୁଦାମ ଉପରେ ରାଗିଗଲେ ।
(ଗ) ସୁଦାମର କଥା ଶୁଣି ମଧୁବାବୁ କ'ଣ କହିଲେ ?
ଉ : ସୁଦାମର କଥା ଶୁଣି ମଧୁବାବୁ ଗାଈଙ୍କର ଦାନା ସରିଗଲେ ସେ କିଣିଦେବେ ବୋଲି କହିଲେ । ଦାନାର ଚାହିଦା ବିଷୟରେ ସେ କାହିଁକି ତାଙ୍କୁ ଜଣାଇନାହିଁ । ଗରିବ ଲୋକଙ୍କୁ ସେ ଆଦୌ କ୍ଷୀର ବିକିବେ ନାହିଁ, ବରଂ ଦରକାର ହେଲେ ସବୁ ଗାଈ ବିକିଦେବେ ।
(ଘ) ଗରିବ ଲୋକମାନଙ୍କୁ କ୍ଷୀର ଦେବା ବିଷୟରେ ମଧୁବାବୁ ସୁଦାମକୁ କି ପରାମର୍ଶ ଦେଲେ ?
ଉ : ଗରିବ ଲୋକମାନଙ୍କୁ ମୋଫତରେ କ୍ଷୀର ଦେବା ପାଇଁ ମଧୁବାବୁ ସୁଦାମକୁ ପରାମର୍ଶ ଦେଲେ । ଘର ଖର୍ଚ୍ଚରୁ କାଟି ଗରିବ ଛୁଆମାନଙ୍କୁ ଗାଈ ଦୁହାଁଳ ଥିବାଯାଏ କ୍ଷୀର ଦିଆଯିବାର ବ୍ୟବସ୍ଥା କରିବାକୁ ମଧୁବାବୁ କହିଲେ ।
(ଙ) ମଧୁବାବୁଙ୍କର ଅଭାବ ଘଟିଲା କାହିଁକି ?
ଉ : ନିଜର ‘‘ଉତ୍କଳ ଟାନେରୀ’ ଜୋତା କାରଖାନାରେ ଜୋତା ତିଆରି କାମରେ ଟିକିଏ ଖଇଚା ଦେଲେ ମଧୁ ବାବୁ ବିଡ଼। ବିଡ଼ା ଚମଡ଼ା ଓ ଜୋତା ପୋଡ଼ି ଦେଉଥିଲେ । ସେଥିପାଇଁ ମଧୁବାବୁଙ୍କର ଟଙ୍କା ପଇସାର ଘୋର ଅଭାବ ଘଟିଲା । ଏପରିକି, କରଜ କରିଥିବା ଯୋଗୁଁ କାରଖାନାଟି ନିଲାମ ହୋଇଗଲା ।
୨ । ବହିପତ୍ର, ପାଣିପବନ ପରି ଏହି ବିଷୟରେ ପଢ଼ିଥିବା କେତୋଟି ଯୋଡ଼ ଯୋଡ଼ା ଶବ୍ଦ ଖୋଜି ବାହାର କରିବା ।
ପ୍ରଶ୍ନ ସହ ଉତ୍ତର :
ଗିନା-ଗଡୁ,
ଠେକି-ଢାଳ,
ଖାଇ-ପିଇ,
ଚୋକଡ଼-ପିଡ଼ିଆ,
ଦୁଃଖ-ଦୁର୍ଦ୍ଦଶା,
ଦୁଃଖୀ-ଦରିଦ୍ର
ଗୁହାଳ-ଗୋବର,
ବୋଲ-ହାକ,
ନଡ଼ା-ପାଳ,
ଦେଶ-ବିଦେଶ
୩ । ଚକ୍ରଟିକୁ ଦେଖି କିଏ କେଉଁ ଉପାଧିରେ ଭୂଷିତ ତାହା ତଳେ ଲେଖ ।
ପ୍ରଶ୍ନ ସହ ଉତ୍ତର :
ମଧୁସୂଦନ ଦାସ– ଉତ୍କଳ ଗୌରବ
ଯଦୁମଣି ମହାପାତ୍ର- ଉତ୍କଳ ଘଣ୍ଟ
କୁନ୍ତଳା କୁମାରୀ ସାବତ– ଉତ୍କଳ ଭାରତୀ
ଗୋପବନ୍ଧୁ ଦାସ- ଉତ୍କଳମଣି
ହରେକୃଷ୍ଣ ମହତାବ– ଉତ୍କଳ କେଶରୀ
ପଦ୍ମଚରଣ ରାୟ– ଉତ୍କଳ ଭୀମ
୪ । କେଉଁ ଶବ୍ଦର ଅର୍ଥ କ'ଣ ତାହା ପତ୍ରରୁ ଖୋଜି ବାହାର କରି ଦେଖିବା ।
ପ୍ରଶ୍ନ ସହ ଉତ୍ତର :
ଉ : ତଲାସ – ଅନୁସନ୍ଧାନ କରିବା
ହେପାଜତ – ଯତ୍ନନେବା
ନିସ୍ତେଜ – ମଳିନ
କିଲା – ଗଡ଼ ।
୫ । ତଳଲିଖିତ ଉତ୍ତରଗୁଡ଼ିକ ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖିବା ।
(କ) ଛୁଆଗୁଡ଼ିକ ଫୁଙ୍ଗୁଳା, ପତଳା ଓ ଦୁର୍ବଳ ଚେହେରାର ଥିଲେ ।
ପ୍ରଶ୍ନ- ଛୁଆଗୁଡ଼ିକଙ୍କର ପୋଷାକ ଓ ସ୍ବାସ୍ଥ୍ୟ କିପରି ଥିଲା ?
(ଖ) ସୁଦାମର ଘର ବିଡାନାସୀରେ ।
ପ୍ରଶ୍ନ- ସୁଦାମର ଘର କେଉଁଠାରେ ?
(ଗ) ଜୋତାଗୁଡ଼ିକ ଦେଶ ବିଦେଶକୁ ଚାଲାଣ ହେଉଥିଲା ।
ପ୍ରଶ୍ନ- ଜୋତାଗୁଡ଼ିକ କେଉଁଠାକୁ ଚାଲାଣ ହେଉଥିଲା ?
(ଘ) ୧୮୮୦ ମସିହାରେ ସେ କଲିକତା ଛାଢ଼ି କଟକ ଆସିଲେ ।
ପ୍ରଶ୍ନ- ସେ କେବେ କଲିକତା ଛାଡ଼ି କଟକ ଆସିଲେ ?
(ଙ) ଚାରି ପାଞ୍ଚମୁଠା ଖଇ ତାଙ୍କର ଅତିପ୍ରିୟ ଜଳଖିଆ ଥିଲା।
ପ୍ରଶ୍ନ- ତାଙ୍କର ଅତିପ୍ରିୟ ଜଳଖିଆ କ’ଣ ଥିଲା ?
୬। ଯେପରି- “ମଥାକୁ ରାଗ ଚଢ଼ି ଯିବା' ସେହିପରି ତଳେ ଲେଖାଥିବା ଅଂଶଗୁଡ଼ିକୁ ପଢ଼ି ଶୂନ୍ୟସ୍ଥାନ ପୂରଣ କର ।
ପ୍ରଶ୍ନ ସହ ଉତ୍ତର :
(କ) ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ।
(ଖ) ଭୋକରେ ହଂସା ଉଡ଼ିଯିବା ।
(ଗ) ରାଗରେ ଦେହ ଜଳିଯିବା ।
(ଘ) ଘୃଣାରେ ନାକ ଟେକିବା ।
(ଙ) ଲାଜରେ ମୁଣ୍ଡ ନଇଁଯିବା ।
୭ । ଆସ ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ଲଗାଇ ଗୋଟିଏ ଲେଖାଏଁ ବାକ୍ୟ ଗଠନ କରିବା ।
ପ୍ରଶ୍ନ ସହ ଉତ୍ତର :
ଉ :(କ) ହିତ : ସାଧୁ ଲୋକମାନେ ଜଗତର ହିତ କରନ୍ତି ।
(ଖ) ଫୂର୍ତ୍ତି : ମନଫୁର୍ତ୍ତିରେ ପିଲାଟି ବିଦ୍ୟାଳୟକୁ ଗଲା ।
(ଗ)ସତେଜ: ପରିବାରଗୁଡିକ ତେଜ ଅଛି।
(ଘ) ଦୁର୍ଦ୍ଦଶା : ଓଡ଼ିଶାର ଦୁର୍ଦ୍ଦଶା ଦେଖୁ ମଧୁବାବୁ ଦୁଃଖିତ ହେଲେ ।
(ଙ) ସଅଳ : ସଅଳ ସଅଳ ଶଯ୍ୟାରୁ ଉଠି ବ୍ୟାୟାମ କରିବା ଉଚିତ ।
୮ । ତଳ ବାକ୍ୟଟି ପଢ଼ ସେହି ଅନୁସାରେ ଖାଲି ସ୍ଥାନଗୁଡ଼ିକ ପୂରଣ କର । ଯେପରି ସେ ହତା ଭିତରେ ପଶୁପଶୁ ଅନେକ ଲୋକଙ୍କୁ ଦେଖିଲେ ।
ପ୍ରଶ୍ନ ସହ ଉତ୍ତର :
(କ) ମୁଁ ଘରେ ଗୋଡ଼ ଦେଉଦେଉ ମାଆ ମୋ ପାଖକୁ ଧାଇଁ ଆସିଲେ ।
(ଖ) ସେ ଖେଳାଳିଟି ପେଣ୍ଡୁଟିକୁ ମାରୁ ମାରୁ ତଳେ ପଡ଼ିଗଲେ।
(ଗ) ଆଈ ମୋତେ ଗପଟି କହୁକହୁ ନିଦରେ ଶୋଇଗଲେ ।
(ଘ) ଭୀମ ମଣ୍ଡାପିଠାତକ ଖାଉଖାଉ ସବୁ ସରିଗଲା ।
୯ । କ’ ସ୍ତମ୍ଭର ଯେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ଯେଉଁ ଶବ୍ଦର ସମ୍ପର୍କ ଅଛି ତାକୁ ବାଛି ଏକାଠି କରିବା ଓ “ଗ” ସ୍ତମ୍ଭରେ ନୂଆ ଶବ୍ଦଟି ଲେଖିବା ।
ପ୍ରଶ୍ନ ସହ ଉତ୍ତର :
ଦାରୁଣ ଅଭାବ ଦାରୁଣ ଅଭାବ
କସ୍ତା ଲୁଗାରେ , କସ୍ତାଲୁଗା
ପ୍ରବେଶିକା ପରୀକ୍ଷା ପ୍ରବେଶିକା ପରୀକ୍ଷା
କଅଁଳ ଖରା କଅଁଳ ଖରା
କାଳି ଅନ୍ଧାର କାଳି ଅନ୍ଧାର
ନୁଖୁରା ମୁଣ୍ଡ ନୁଖୁରା ମୁଣ୍ଡ
୧୦ । ବନ୍ଧନୀ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର କେତେଗୁଡ଼ିଏ ନାମ ଦିଆଯାଇଛି । ଏଇ ନାମଗୁଡ଼ିକ କାହାର ତାହା ବାଛି ଖାଲି ଜାଗାରେ ଲେଖିବା ।
(ସୁଦାମ, କଟକ, ଓକିଲାତି, ଗାଈ, ସହିଷ୍ଣୁତା) ।
ପ୍ରଶ୍ନ ସହ ଉତ୍ତର :
ଉ : ଗୋଟିଏ ପଶୁର ନାମ –ଗାଈ
ଗାଈ ଜଣେ ବ୍ୟକ୍ତିର ନାମ -ସୁଦାମ
ସୁଦାମ ଗୋଟିଏ ସ୍ଥାନର ନାମ –କଟକ
କଟକ ଏକ ପ୍ରକାର ଜୀବିକାର ନାମ – ଓକିଲାତି
ଗୋଟିଏ ଭଲ ଗୁଣର ନାମ – ସହିଷ୍ଣୁତା
୧୧ । ଫୁଲର ପାଖୁଡ଼ା ମଧ୍ୟରୁ ଗୋଟିଏ ଗୋଟିଏ କାମକୁ ବାଛି ତଳେ ଦିଆଯାଇଥିବା ଶୂନ୍ୟସ୍ଥାନ ପୂରଣ କରିବା ।
ପ୍ରଶ୍ନ ସହ ଉତ୍ତର :
ଉ : ସୁଦାମ ଗାଈମାନଙ୍କର ହେପାଜତ୍ର କରେ । ସୁଦାମ ସବୁ ଜିନିଷର ତଦାରଖ କରେ । ସୁଦାମ ବାବୁଙ୍କର ବୋଲହାକ କରେ । ମଧୁବାବୁ ପ୍ରବେଶିକା ପରୀକ୍ଷାରେ ପାସ୍ କରିଥିଲେ । ମଧୁବାବୁ ଜଳଖିଆରେ ଖଇ ଖାଉଥିଲେ । ଉତ୍କଳ ଟ୍ୟାନେରୀରେ ଓଡ଼ିଆ କାରିଗରମାନେ ଜୋତା ତିଆରି କରୁଥିଲେ ।
୧୨ । ମଧୁବାବୁଙ୍କ ବିଷୟରେ ଯାହା ଜାଣିଲେ ପାଞ୍ଚଟି ବାକ୍ୟ ଲେଖିବା ।
ଉ : (କ) ମଧୁବାବୁ ୧୮୪୮ ମସିହା ଏପ୍ରିଲ ମାସ ୨୮ ତାରିଖ ଦିନ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
(ଖ) ତାଙ୍କର ପୂରାନାମ ଥିଲା ମଧୁସୂଦନ ଦାସ । ସେ ମଧୁ ବାରିଷ୍ଟର, ମିଷ୍ଟର ଦାସ୍, ମଧୁବାବୁ ନାମରେ ମଧ୍ୟ ପରିଚିତ ଥିଲେ ।
(ଗ) ସେ ଓଡ଼ିଆମାନଙ୍କ ଦୁଃଖକୁ ମର୍ମେ ମର୍ମେ ଅନୁଭବ କରୁଥିଲେ ।
(ଘ) ପୋଷେ ଢିଙ୍କି କୁଟା ଉଷୁନା ଚାଉଳର ଭାତ, ଦୁଇଚାରି ଖଣ୍ଡ ଅମୃତଭଣ୍ଡା ସିଝା, ଅଳ୍ପକ୍ଷୀର, ମଦରଙ୍ଗା ବା ହିଡମିଚା ଶାଗ ତାଙ୍କର ନିତିଦିନିଆ ଖାଦ୍ୟ ଥିଲା । ଚାରିପାଞ୍ଚ ମୁଠା ଖଇ ତାଙ୍କର ପ୍ରିୟ ଜଳଖିଆ ଥିଲା ।
(ଙ) ସେ ଓଡ଼ିଆ ଜାତିର ବା ଓଡ଼ିଶାର ଗୌରବ ଥିଲେ । ତେଣୁ ତାଙ୍କୁ ଉତ୍କଳ ଗୌରବ ବୋଲି କୁହାଯାଏ । ସେ ୧୯୩୪ ମସିହା ଫେବୃୟାରୀ ୪ ତାରିଖ ଦିନ କଟକରେ ମୃତ୍ୟୁବରଣ କରିଥିଲେ ।
ରାଜାଙ୍କ ନୂତନ ପରିଚ୍ଛଦ
୧ । ଉତ୍ତର ଲେଖ :
(କ) ରାଜାଙ୍କର ପ୍ରଧାନ ସଉକ କ’ଣ ଥିଲା ?
ଉ : ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ରାଜାଙ୍କର ପ୍ରଧାନ ସଉକ ଥିଲା ।
(ଖ) ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ କାହାକୁ ପଠାଇଥିଲେ ?
ଉ : ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ।
(ଗ) ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯାଇ ଶଠ ଦୁଇଜଣଙ୍କୁ କ'ଣ କହିଥିଲେ ?
ଉ : ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯାଇ ଶଠ ଦୁଇଜଣଙ୍କୁ ଛଳନାକରି କହିଲେ, “ନିଶ୍ଚୟ, ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ । ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ ।''
(ଘ) ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କ’ଣ ଜଣାଇଥିଲେ ?
ଉ : ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି । ରାଜାଙ୍କୁ କହିଲେ – “ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି।"
(ଙ) ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କ’ଣ କହିଲା ?
ଉ : ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କହିଲା ଯେ ବୋକା ଓ ଅଯୋଗ୍ୟ ବୋଲି ହୁଏତ ପ୍ରମାଣିତ ହୋଇପାରେ କିନ୍ତୁ ମିଥ୍ୟ କହିପାରିବ ନାହିଁ । ପ୍ରକୃତରେ ଥାଳିରେ କୌଣସି ବସ୍ତ୍ର ନାହିଁ । ସେହି ମିଥ୍ୟବାଦୀ ଦୁଇଜଣ ହୁଏତ ଅର୍ଥ ଠକି ନେଇଛନ୍ତି ।
୨ | ଆସ ଉତ୍ତର ଲେଖିବା ।
(କ) ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ କ’ଣ ଘୋଷଣା କଲେ ?
ଉ : ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ, ତାକୁ ସେ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବେ ।
(ଖ) ଅର୍ଥ ଲୋଭରେ ଶଠ ବ୍ୟକ୍ତି ଦୁଇଜଣ ରାଜାଙ୍କୁ କ’ଣ କହିଲେ ?
ଉ : ଅର୍ଥ ଲୋଭରେ ଶଠ ବ୍ୟକ୍ତି ଦୁଇଜଣ ରାଜାଙ୍କୁ କହିଲେ – “ମହାରାଜ ! ଆମ୍ଭେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ।
(ଗ) ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିଲେ କାହିଁକି ?
ଉ : ତନ୍ତଟିରେ କୌଣସି ବସ୍ତ୍ର ନଥିବାର ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିଲେ ।
(ଘ) ରାଜା କାହିଁକି ‘ସାବାସ୍ ସାବାସ୍’ କହିଲେ ?
ଉ : ରାଜା ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ ‘ସାବାସ,ସାବାସ୍ ।’ ବୋଲି କହିଲେ ।
(ଙ) ରାଜା ନିଜର ଭ୍ରମ ବୁଝିପାରିଲେ କିପରି ?
ଉ : ଜନ୍ମଦିନ ସକାଳୁ ରାଜାଙ୍କ ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସି ଶୂନ୍ୟଥାଳି ଦେଖି ପ୍ରକୃତ ସତ୍ୟ ଘଟଣା ପ୍ରକାଶ କରିବାରୁ ରାଜା ନିଜର ଭ୍ରମ ବୁଝିପାରିଲେ ।
୩ । ନିମ୍ନଲିଖିତ ଉତ୍ତର ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖିବା ।
(କ) ନିଜ ଆସନର ଅଯୋଗ୍ୟ ବ୍ୟକ୍ତିର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ ।
ପ୍ରଶ୍ନ : କାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବା ନାହିଁ ?
(ଖ) ଶଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି ବସ୍ତ୍ର ବୟନରେ ଛଳନା କଲେ ।
ପ୍ରଶ୍ନ : ଶଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି କ’ଣ କଲେ ?
(ଗ) ରାଜାଙ୍କ ନିକଟକୁ ଆସି ମନ୍ତ୍ରୀ ସେହି କଥା ବର୍ଣ୍ଣନା କଲେ ।
ପ୍ରଶ୍ନ : ରାଜାଙ୍କ ନିକଟକୁ ଆସି କିଏ କେଉଁ କଥା ବର୍ଣ୍ଣନା କଲେ ?
(ଘ) ଲୋକମାନେ କହିଲେ ଅତି ମନୋରମ ବସ୍ତ୍ର ହୋଇଛି ।
ପ୍ରଶ୍ନ : ଲୋକମାନେ କ’ଣ କହିଲେ ?
(ଙ) ରାଜା ରାଜକାର୍ଯ୍ୟରେ ଅଧିକ ମନୋନିବେଶ କଲେ ।
ପ୍ରଶ୍ନ : ରାଜା କେଉଁଥିରେ ଅଧିକ ମନୋନିବେଶ କଲେ?
୪ । ଆସ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା ।
ପ୍ରଶ୍ନ ସହ ଉତ୍ତର
ସଉକ – ନୂତନ ପୋଷାକ ପିନ୍ଧିବାରେ ରାଜାଙ୍କର ସଉକ ଥିଲା ।
ବୁଦ୍ଧିହୀନ -ମନ୍ତ୍ରୀ ବୁଦ୍ଧିହୀନ ଭଳି କାର୍ଯ୍ୟ କରୁଥିଲେ ।
ଚିନ୍ତାମଗ୍ନ –ଶଠ ଦୁହିଁଙ୍କର କାର୍ଯ୍ୟ ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହେଲେ ।
ଚମତ୍କାର -ରାଜା କହିଲେ, ପୋଷାକଟି ଚମତ୍କାର ହୋଇଛି ।
ଭ୍ରମ - ଶେଷରେ ଭୃତ୍ୟଟି ରାଜାଙ୍କର ଭ୍ରମ ଦୂର କଲା ।
୫। ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ପାଖ କୋଠରିରେ ଲେଖିବା ।
ପ୍ରଶ୍ନ ସହ ଉତ୍ତର :
ନୂତନ - ପୁରାତନ
ଭଲ ମନ୍ଦ
ଅଯୋଗ୍ୟ
ସାଧାରଣ - ଅସାଧାରଣ
ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ
ପୁରସ୍କାର ତିରସ୍କାର
୬ | ପିଲାମାନଙ୍କର ଅଙ୍କ କଷା ଚାଲିଥାଏ । ଏହାକୁ ଏପରି ମଧ୍ୟ ଲେଖାଯାଇପାରେ ପିଲାମାନେ ଅଙ୍କ କଷୁଥାନ୍ତି । ସେହି ପରି ତଳ ବାକ୍ୟଗୁଡ଼ିକ କିପରି ଲେଖାଯାଇପାରିବ, ଆସ ଖାଲି ସ୍ଥାନରେ ଲେଖିବା ।
ପ୍ରଶ୍ନ ସହ ଉତ୍ତର :
(କ) ମାଆଙ୍କର ଭାତ ରନ୍ଧା ଚାଲିଥାଏ ମାଆ ଭାତ ରାନ୍ଧୁଥାନ୍ତି।
(ଖ) ପିଲାମାନଙ୍କର ହସ୍ତାକ୍ଷର ଲେଖା ଚାଲିଥାଏ । ପିଲାମାନେ ହସ୍ତାକ୍ଷର ଲେଖୁଥାନ୍ତି ।
(ଗ) ଭାଇଙ୍କର ପାଠପଢ଼ା ଚାଲି ଥାଏ । ଭାଇ ପାଠ ପଢୁଥାନ୍ତି ।
(ଘ) ଶ୍ରମିକମାନଙ୍କର ମାଟି ଖୋଳିବା ଚାଲିଥାଏ । ଶ୍ରମିକମାନେ ମାଟି ଖୋଳୁଥାନ୍ତି ।
୭ । ନିମ୍ନ ଅନୁଚ୍ଛେଦଟିରୁ ବିଶେଷ୍ୟ ପଦଗୁଡ଼ିକୁ ବାଛି ତଳ ବାକ୍ସରେ ରଖିବା । ରାଜା ଭାବିଲେ ଏହା ନିଶ୍ଚୟ ଏକ ଅଦ୍ଭୁତ ପରିଚ୍ଛେଦ ହେବ । ସେ କାରିଗର ଦୁଇଜଣଙ୍କୁ ପଚାରିଲେ, "ଏପରି ଏକ ପରିଚ୍ଛେଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ ?"
ଉ : ବିଶେଷ୍ୟପଦ - ରାଜା, ପରିଚ୍ଛଦ, କାରିଗର, ଅର୍ଥ।
୮ । ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଉଚ୍ଚାରଣ ସମାନ ହେଲେ ମଧ୍ୟ ଅର୍ଥ ଭିନ୍ନ । ଆସ ସେଗୁଡ଼ିକର ଭିନ୍ନ ଭିନ୍ନ ଅର୍ଥ ପାଖରେ ଥିବା କୋଠରିରେ ଲେଖିବା ।
ପ୍ରଶ୍ନ ସହ ଉତ୍ତର :
ବଳି - ତ୍ୟାଗ, ହତ୍ୟା
ଲକ୍ଷ-ସଂଖ୍ୟା
ପରିଚ୍ଛଦ ପୋଷାକ
ବଳୀ ବଳୁଆ
ଲକ୍ଷ୍ୟ ଉଦ୍ଦେଶ୍ୟ
ପରିଚ୍ଛେଦ ଅଧ୍ୟାୟ
୯ । ଯେପରି ‘ଆନନ୍ଦ’ରୁ ‘ଆନନ୍ଦିତ’ ହେଉଛି । ସେହିପରି କ’ଣ ହେବ ଲେଖିବା ।
ପ୍ରଶ୍ନ ସହ ଉତ୍ତର :
ଉତ୍ସାହ ଉତ୍ସାହିତ
ଚିତ୍ରଣ ଚିତ୍ରିତ
ପାଳନ ପାଳିତ
ଉପସ୍ଥାନ ଉପସ୍ଥିତ
ଘୋଷଣା ଘୋଷିତ
୧୦ । ଆସ ନିମ୍ନଲିଖିତ ପଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା । ତୁମେ ଯେମିତି କରିବ, ସେମିତି ଫଳ ପାଇବ । ଯେତିକି ............. ସେତିକି ...
ଯେତେବେଳେ....... ସେତେବେଳେ .....
ଉ : ଯେତିକି ............... ସେତିକି -ତୁମେ ଯେତିକି ଦେଖିବ, ସେତିକି ଠିକ୍ ଭାବରେ କହିବ ।
ଯେତେବେଳେ ...................... ସେତେବେଳେ- ତୁମେ ଯେତେବେଳେ ଯିବ ସେତେବେଳେ ପଢ଼ା ଆରମ୍ଭ ହେବ ।
୧୧ । “ପୁଅ’ ଶବ୍ଦ ପାଇଁ ଯେପରି “ଝିଅ’ ଶବ୍ଦ, ତଳେ ଦିଆଯାଇଥିବା ଶବ୍ଦ ପାଇଁ ସେପରି କ’ଣ ହେବ ଭାବି କହିବା ଓ ଲେଖିବା ।
ପ୍ରଶ୍ନ ସହ ଉତ୍ତର :
ରାଜା – ରାଣୀ
ବାପା – ମାଆ
ଛାତ୍ର – ଛାତ୍ରୀ
ଶିକ୍ଷକ - ଶିକ୍ଷୟିତ୍ରୀ , ଶିକ୍ଷିକା
ବୃଢ଼ା - ବୃଢୀ ।
୧୨ । ତଳେ ଦୁଇଟି ବାକ୍ତିରେ କେତେ ଗୁଡ଼ିଏ ଶବ୍ଦ ରଖାଯାଇଛି । ସେଗୁଡ଼ିକର ପରସ୍ପର ସହିତ ସମ୍ବନ୍ଧ ରହିଛି । ଆସ ସମ୍ବନ୍ଧ ଥିବା ଶବ୍ଦଗୁଡ଼ିକୁ ଏକାଠି ଯୋଡ଼ି ତଳେ ଲେଖିବା । ନୂତନ, ସ୍ଵର୍ଣ, ଶୂନ୍ୟ, ଭଲ,। । ସୂତା, ଗୁଣ, ପରିଚ୍ଛଦ, ତନ୍ତ, | ରେଶମ, ବିଚିତ୍ର ଶାସନ, କରି, ଭଣ୍ଡାର
ଉ : ନୂତନ – ପରିଚ୍ଛଦ,
ସ୍ୱର୍ଣ୍ଣ – ଜରି,
ଶୂନ୍ୟ – ଭଣ୍ଡାର,
ଭଲ – ଶାସନ,
ରେଶମ – ସୂତା,
ବିଚିତ୍ର – ଗୁଣ ।
୧୩ । ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା – ଏହାକୁ ଏହିପରି ଲେଖାଯାଇପାରିବ– ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିବ । ସେହିପରି ତଳ ବାକ୍ୟଗୁଡ଼ିକ ଲେଖିବା।
(କ) ଲୋକଟି ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା ।
ଉ : ଲୋକଟି ଅଙ୍ଗୁଳି ନିର୍ଦ୍ଦେଶ କରି କହିବ ।
(ଖ) ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କଲେ ।
ଉ : ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କରିବେ ।
(ଗ) ରାଜା ତାହା ଦେଖି ବିଚାର କଲେ ।
ଉ : ରାଜା ତାହା ଦେଖି ବିଚାର କରିବେ ।
(ଘ) ଶଠ ବ୍ୟକ୍ତି ଦୁଇଜଣ ପୁରସ୍କାର ନେଇ ଚାଲିଗଲେ।
ଉ : ଶଠ ବ୍ୟକ୍ତି ଦୁଇଜଣ ପୁରସ୍କାର ନେଇ ଚାଲିଯିବେ ।
ସନ୍ଧ୍ୟା
୧ । ଆସ ପ୍ରଶ୍ନଗୁଡ଼ିକର ଉତ୍ତର କବିତାରୁ ବାହାର କରି ଲେଖିବା ।
(କ) ଦିନମଣି ବୋଲି କାହାକୁ କୁହାଯାଇଛି ଓ କାହିଁକି?
ଉ : ଦିନମଣି ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି । କାରଣ ମଣିର ଉଜ୍ଜ୍ବଳ ଜ୍ୟୋତି ଭଳି ସୂର୍ଯ୍ୟଙ୍କର ଉଜ୍ଜ୍ବଳ ଆଲୋକ ଜ୍ୟୋତି ରହିଛି । ସୂର୍ଯ୍ୟ ଅନ୍ଧାରକୁ ଦୂର କରିପାରନ୍ତି, ମଣି ମଧ୍ୟ ଅନ୍ଧକାରକୁ ଦୂର କରିପାରେ ।
(ଖ) ‘ଆସଇ ରଜନୀ ରାଣୀ ଧରି କଳାବେଶ’ – ଏକଥା କହିବାର ଅର୍ଥ କ'ଣ ?
ଉ : ସନ୍ଧ୍ୟା ପରେ ରାତି ଆସେ । ରାତିର ରୂପ ହେଉଛି କଳା । କବି ରାତିକୁ ରାଣୀଙ୍କ ସହିତ ତୁଳନା କରି ତା’ର ରୂପକୁ ବର୍ଣ୍ଣନା କରି କହିଛନ୍ତି ଯେ ସେ କଳାବେଶ ଧରି ପୃଥିବୀକୁ ଆସିଛନ୍ତି ।
(ଗ) ସନ୍ଧ୍ୟାବେଳେ ଚାଷୀ କାହିଁକି ଆନନ୍ଦରେ ଘରକୁ ଫେରେ ବୋଲି କୁହାଯାଇଛି ?
ଉ : ସନ୍ଧ୍ୟା ଆସିଲେ ଚାଷୀର ଚାଷ କାମ ବନ୍ଦ ରହିଥାଏ । ସେ ପରିଶ୍ରମରୁ ମୁକ୍ତି ପାଇବା ସହିତ ବିଶ୍ରାମ ନେବାର ଆଶା ରଖ ହଳକାମ ଆଦି ସାରି ଆନନ୍ଦରେ ଘରକୁ ଫେରେ ।
(ଘ) ‘ଖୁବ୍ ଶୀଘ୍ର ଚାରିଆଡ଼ ଅନ୍ଧକାର ହୋଇଯାଏ’ କବିତାର କେଉଁ ପଦରେ ଏହା କୁହାଯାଇଛି ?
ଉ : ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ । ଆବରଇ ଜଳ ସ୍ଥଳ ପର୍ବତ କାନନ ।
(ଙ) ରାତି ସମୟରେ ଗହଳ ଚହଳ ଶୁଭେ ନାହିଁ କାହିଁକି ?
ଉ :' ରାତି ସମୟରେ ସମସ୍ତେ ଦିନର ପରିଶ୍ରମ ପରେ ବିଶ୍ରାମ ନିଅନ୍ତି ଏବଂ ନିଦ୍ରା ଯାଆନ୍ତି । ତେଣୁ ରାତି ସମୟରେ ଗହଳ ଚହଳ ଶୁଭେ ନାହିଁ ।
ଏହି ଭଳି ଆଉ କିଛି ପ୍ରଶ୍ନ ତିଆରି କରିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରିବା ।
(କ) ରଜନୀ ରାଣୀ କେଉଁ ବେଶ ଧରି ଆସେ ?
ଉ : ରଜନୀ ରାଣୀ କଳା ବେଶଧରି ଆସେ ।
(ଖ) କେଉଁମାନେ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି ?
ଉ : ଗୋରୁପଲ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି ।
(ଗ) କିଏ ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ ?
ଉ : ଚଷା ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ ।
(ଘ) ତାରାମାନେ ଆକାଶରେ କିଭଳି ଜଳନ୍ତି ବୋଲି କବି କହିଛନ୍ତି ?
ଉ : ତାରାମାନେ ରତ୍ନ ଦୀପାବଳି ଭଳି ଆକାଶରେ ଜଳନ୍ତି ବୋଲି କବି କହିଛନ୍ତି ।
୨ | ଆସ କବିତାଟି ପଢ଼ିବା । ‘କ ସ୍ତମ୍ଭର କେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି, ତାହାକୁ ଯୋଡ଼ି ତାକୁ ଖାଲି ସ୍ଥାନରେ ଲେଖିବା ।
ପ୍ରଶ୍ନ ସହ ଉତ୍ତର :
ଆକୁଳ ଅନ୍ତରେ । ଆକୁଳ ଅନ୍ତରେ ।
ଯେଝା ବାସେ ଯେଝା ବାସେ
ଧୂଳି ଉଡ଼ାଇଣ ଧୂଳି ଉଡ଼ାଇଣ
ବାହୁଡ଼ଇ ଘରେ । ବାହୁଡ଼ଇ ଘରେ
ଘୋଟଇ । ଗଗନ ଘୋଟଇ ଗଗନ
ମୁଦଇ ନୟନ ମୁଦଇ ନୟନ ।
୩ । ତଳେ କେତୋଟି ଶବ୍ଦ ଦିଆଯାଇଛି । ତା’ର ଆଗରେ ଓ ପଛରେ ଖାଲି ଜାଗା ରହିଛି । କବିତା ଅନୁସାରେ ଧାଡ଼ିଗୁଡ଼ିକ ପୂରଣ କରିବା ।
ପ୍ରଶ୍ନ ସହ ଉତ୍ତର :
ଅସ୍ତହେଲେ ଦିନମଣି ହେଲାଦିନ ଶେଷ
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି
ନାନାରଙ୍ଗେ ଗୀତଗାଇ ବାହୁଡଇ ଘରେ
ଆବରଇ ଜଳସ୍ଥଳ ପର୍ବତ ଆକାଶ
ନାହିଁ ଆଉ ଏ ଭୁବନେ ଜୀବନ ଚହଳ ।
୪ । ‘ଉଡ଼ାଇ ଦାଣ୍ଡେ’ – ଏଠାରେ ଉଡ଼ାଇଣ’ର ଅର୍ଥ ଉଡ଼ାଇ’ ଏହିଭଳି ଆଉ କିଛି ଶବ୍ଦ ଲେଖିବା । ଯେପରି
ଭସାଇଣ ଭସାଇ
ବାହୁଡ଼ିଣ ବାହୁଡ଼ଇ
ଯାଇଣ ଯାଅଇ
ରାବିଣ ରାବଇ
ଜଳିଣ ଜଳଇ
ମୁଦିଣ ମୁଦଇ
୫ । ଅସ୍ତ ହେଲା ଦିନ ମଣି ହେଲା ଦିନ ଶେଷ’ -ଏହିପଦର ଅର୍ଥ ବୁଝାଇଲା ଭଳି ଚିତ୍ରଟିଏ ଆଙ୍କିବା ।
୬ । ଆସ ମନରୁ କବିତାର ପଦ ପୂରଣ କରିବା ।
ପଶ୍ଚିମ୍ ଆକାଶେ ଦେଖ ବୁଡ଼ିଲେଣି ରବି
ଧୀରେ ଧୀରେ ଜହ୍ନମାମୁ ଭଇଁଲେ ଆକାଶେ
ଗପ ଶୁଣେ ..................... ପାଶେ ।
ପଶ୍ଚିମ ଆକାଶେ ଦେଖ ବୁଡ଼ିଲେଣି ରବି ।
ଆହାକି ସୁନ୍ଦର ଦିଶେ ଆକାଶର ଛବି ।
ଧୀରେ ଧୀରେ ଜହ୍ନମାମୁ ଉଇଁଲେ ଆକାଶେ
ଗପ ଶୁଣେ କାହ୍ନୁ ବସି ତା’ର ଆଈ ପାଶେ ।
୭। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ସମାନ ଅର୍ଥ ବୁଝାଉଥିବା ଶବ୍ଦ କବିତାରୁ ଖୋଜିଆଣି ପାଖ ଘରେ ଲେଖିବା ।
ଉ : ସୂର୍ଯ୍ୟ - ଦିନମଣି ।
ପାହାଡ଼ - ପର୍ବତ ।
ରାତି - ରଜନୀ
ପାଣି -ଜୀବନ ।
ସଞ୍ଜ - ସନ୍ଧ୍ୟା ।
ପୃଥିବୀ - ଭୁବନେ
ଚଢ଼େଇ – ପକ୍ଷୀ
ବଣ - କାନନ
୮ । ସୂର୍ଯ୍ୟ ଅସ୍ତ ହେଉଥାନ୍ତି ।
ପୂର୍ବ ଆକାଶ ଲୋହିତ ଦେଖାଯାଏ । ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି । ଗୋରୁପଲ ଘରକୁ ଫେରନ୍ତି ଲୋକମାନେ ନିଦରୁ ଉଠନ୍ତି । ଚାଷୀ ବିଲକୁ ଯାଏ । ଧୀରେ ଧୀରେ ଆକାଶରେ ତାରା ଦେଖାଯାଆନ୍ତି । ଲୋକମାନେ ନିଘୋଡ଼ ନିଦରେ ଶୋଇଥାନ୍ତି । ଠାକୁରଙ୍କ ପାଖରେ ଦୀପ ଦିଆଯାଏ। ଚାରିଆଡ଼େ କୋଳାହଳ ଶୁଭୁଥାଏ । ଚାଷୀମାନେ ଆନନ୍ଦରେ ଗୀତ ଗାଇ ଘରକୁ ଫେରନ୍ତି |
ଉପରେ କେତେ ଗୁଡ଼ିଏ କଥା ଲେଖାଯାଇଛି । ସେଥିମଧ୍ୟରୁ ‘ସନ୍ଧ୍ୟା ସମ୍ପର୍କରେ କଥାଗୁଡ଼ିକ ବାଛି ଖାତାରେ ଲେଖିବା ।
ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି ।
ଗୋରୁପଲ ଘରକୁ ଫେରନ୍ତି ।
ଧୀରେ ଧୀରେ ଆକାଶରେ ତାରା ଦେଖାଯାଆନ୍ତି ।
ଠାକୁରଙ୍କ ପାଖରେ ଦୀପ ଦିଆଯାଏ ।
ଚାଷୀମାନେ ଆନନ୍ଦରେ ଗୀତ ଗାଇ ଘରକୁ ଫେରନ୍ତି ।
୯ । ନିଜ ଭାଷାରେ ତଳ ପଦଟିର ଅର୍ଥ ଲେଖିବା ।
ରତ୍ନ ଦୀପାବଳି ପ୍ରାୟେ ତାରା କୋଟି କୋଟି ଜଳୁଛନ୍ତି । ଆକାଶରେ ହୋଇ ଗୋଟିଗୋଟି ।
ଉ : ସନ୍ଧ୍ୟା ସମୟର ଆଗମନ ହୋଇଛି ।
ସୂର୍ଯ୍ୟ ଅସ୍ତଯିବା ପରେ ଚାରିଆଡ଼େ ଅନ୍ଧାର ଘୋଟିଛି ।
ଆକାଶରେ ଗୋଟି ଗୋଟି ହୋଇ କୋଟି କୋଟି ସଂଖ୍ୟାରେ ତାରା ଜଳିଉଠିଛନ୍ତି ।
ଆକାଶରେ ତାରାଗୁଡ଼ିକୁ ଦେଖ କବି ବିଚାର କରିଛନ୍ତି ଯେ ସତେଯେଭଳି କୋଟି କୋଟି ରତ୍ନ ଦୀପାବଳି ଜଳୁଛି ।
ଏହି ତାରାମାନଙ୍କର ଆଲୋକରେ ରାତିର ଅନ୍ଧକାର ସାମାନ୍ୟ ଦୂରେଇ ଯାଇଛି ।
୧୦ । ସନ୍ଧ୍ୟା ହେଲେ ଆମେ କ’ଣ କଣ କରୁ ଅତି କମ୍ରେ ୫ଟି ବାକ୍ୟ ଲେଖିବା ।
ଉ :(କ) ସନ୍ଧ୍ୟାହେଲେ ଆମେ ବାହାରୁ ଘରକୁ ଫେରିଆସୁ ।
(ଖ) ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଠାକୁରଙ୍କୁ ପ୍ରାର୍ଥନା କରୁ ।
(ଗ) ଠାକୁରଙ୍କୁ ପ୍ରାର୍ଥନା କରି ସାରି ସାମାନ୍ୟ ଜଳଖିଆ ଖାଇ ପାଠ ପଢ଼ିବାକୁ ଯାଉ ।
(ଘ) ବେଳେବେଳେ ସନ୍ଧ୍ୟାବେଳେ ଆଈମା’ଠାରୁ ଗପ ଶୁଣିବାକୁ ବସୁ।
(ଙ) ସନ୍ଧ୍ୟା ସମୟରେ ସାଥୀମାନଙ୍କ ସହିତ ଗାଁ ଦାଣ୍ଡରେ ଗୀତଗାଇ ମଉଜ କରିବାକୁ କେବେ କେମିତି ମନ ହୁଏ।
Comments
Post a Comment